Latest Odisha News

BREAKING NEWS

କଟକ ଏସସିବି ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଆଣ୍ଡ କଲେଜ ଚାରିପାଖରୁ ସୋମବାର ଦିନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏସସିବି ମେଡିକାଲର ନବକଳେବର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ କଟକ ଜିଲ୍ଳା ପ୍ରଶାସନ ଓ କଟକ ନଗର ନିଗମ(ସିଏମସି) ପକ୍ଷରୁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି ।

ଅଧିକ ପଢନ୍ତୁ: ଏସ୍‌ସିବିର ହେବ ନବକଳେବର; କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ପ୍ୟାକେଜ ଘୋଷଣା

ପ୍ରାପ୍ତ ସୂଚନାନୁଯାୟୀ ସିଏମସି ଅଧିକାରୀମାନେ ହସ୍ପିଟାଲ ପରିସରରେ ଥିବା ଅସ୍ଥାୟୀ ଘର ଓ ସରକାରୀ କ୍ୱାର୍ଟର ଗୁଡିକୁ ଯଥାଶୀଘ୍ର ଖାଲି କରିବା ଲାଗି ଲାଉଡସ୍ପିକର ଜରିଆରେ ପ୍ରାୟ ୨୦୦ ପରିବାରଙ୍କୁ ଅନୁରୋଧ କରିଛନ୍ତି । ଏହାବ୍ୟତିତ ମେଡିକାଲ୍ ପରିସରରେ ଥିବା ଦୋକାନ ଘର ଓ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି ।

ମେଡିକାଲ ସମ୍ପ୍ରସାରଣ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହେବାକୁ ଥିବା ଅଞ୍ଚଳକୁ ଗତ ରବିବାର ଦିନ ଅର୍ଥର୍ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ପରିଦର୍ଶନରେ ଯାଇଥିଲେ ।

ଆହୁରି ମଧ୍ୟ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରଭାବିତ ପରିବାରଙ୍କୁ ଥଇଥାନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋବ୍ରା ବ୍ରିଜର ବିପରୀତ ଦିଗରେ ଥିବା ନିମାପୁର ଅଞ୍ଚଳରେ ଥିବା ଏକ ସ୍ଥାନକୁ ଚୟନ କରାଯାଇଛି ।

Leave A Reply

Your email address will not be published.