Latest Odisha News

BREAKING NEWS

ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ମାଓବାଦୀମାନେ ଜଙ୍ଗଲରେ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଥିଲେ ।

ଖବର ମୁତାବକ, ଆଜି ସକାଳେ ଏସଟିଏଫ ଯବାନ ଜିଲ୍ଲାର କୋକାମେଟା ଥାନା ଅନ୍ତର୍ଗତ କୋଡଲି ଏବଂ ବିଚପାଡା ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲ ମଝିରେ ପ୍ରେସର କୁକରରେ ଖଞ୍ଜାଯାଇଥିବା ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ । ଏହାପରେ ଅତି ସତର୍କତାର ସହ ଏହାକୁ ନିଷ୍କ୍ରିୟ କରାଯାଇଥିଲା ।

ଏଥିରେ କୌଣସି ଯବାନଙ୍କର କିଛି କ୍ଷତି ହୋଇନଥିବାବେଳେ, ଉପସ୍ଥିତ ବୃଦ୍ଧି ଯୋଗୁଁ ଏକ ବଡ ଧରଣର ବିପଦ ଟଳିଯାଇଥିବା ସୂଚନା ରହିଛି ।

Comments are closed.