Latest Odisha News

BREAKING NEWS

ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ, ମୁତୟନ ହେବେ ୬୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସଜେଇ ହେଉଛି ଜନତା ମଇଦାନ । କଡା ସୁରକ୍ଷା ବଳୟରେ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିସହିତ ଗତକାଲି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଦିନ ୨ଟା ପରଠୁ ଟ୍ରାଫିକ କଟକଣଶ ମଧ୍ୟ ଜାରି କରାଯାଇଛି ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ମୁତୟନ ରହିବେ ୬୭ ପ୍ଲାଟୁନ ଫୋର୍ସ । ଏହା ସହିତ ଜନତା ମଇଦାନ ସୁରକ୍ଷା ଦାୟିତ୍ବକୁ ଆଇଜି ପ୍ରବୀଣ କୁମାର ତଦାରଖ କରିବା ବେଳେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ସୁରକ୍ଷା ଦାୟିତ୍ବ ଏବଂ ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ବରେ ରହିବେ । ଏହା ସହିତ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏଏସ୍‌ଆଇ ମଧ୍ୟ ଆଲର୍ଟ ରହିବେ । ଏହା ସହିତ ଆସନ୍ତାକାଲି ଦିନ ୨ଟା ରୁ ୭ଟା ପର୍ଯ୍ୟନ୍ତ ଜୟଦେବ ବିହାର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ରହିଛି ।

Leave A Reply

Your email address will not be published.