Latest Odisha News

BREAKING NEWS

ସିକେ ନାୟୁଡୁ ଟ୍ରଫି: ବିଜୟ ସତ୍ୱେ ନକଆଉଟରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: ଚଳିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ୧୩୨ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଏହି ବିଜୟ ସତ୍ୱେ ଓଡିଶା ନକଆଉଟ ଦୌଡରୁ ବାଦ ପଡିଛି । ଏଲିଟ ଗ୍ରୁପ ସିରୁ ମଧ୍ୟପ୍ରଦେଶ ଉତମ ରନରେଟ ହାର ଯୋଗୁ ନକଆଉଟକୁ ଉନ୍ନୀତ ହୋଇଛି । ୩୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୧୬୭ ରନରେ ଅଲଆଉଟ ହୋଇ ଯାଇଥିଲା । ତାରିଣୀ ସା ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଓଡିଶା ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେ ୫ ୱିକେଟ ଅକ୍ତିଆର କରିଥିଲେ । ସୌରଭ କନୌଜିଆ ୨ଟି ଏବଂ ତାପସ ଦାସ, ସୁନୀଲ ରାଉଳ ଓ କ୍ରିଷ୍ଣା ପଲେଇ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ହାଇଦ୍ରାବାଦ ୨୩୨ ରନ କରିଥିଲା । ଓଡିଶା ଦ୍ୱିତୀୟ ଇନିଂସରେ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.