Latest Odisha News

BREAKING NEWS

‘ସାହିତ୍ୟାୟନ’ ପକ୍ଷରୁ ‘ଲାଲ ଘୋଡ଼ାର ସଇସ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟାୟନ’ ପକ୍ଷରୁ ଅନଲାଇନ ମାଧ୍ୟମରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

‘ସାହିତ୍ୟାୟନ’ ପକ୍ଷରୁ ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟକ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ମୁଖ୍ୟ ଅତିଥି, ଡ. ପ୍ରମୋଦ କୁମାର ପରିଡା ସମ୍ମାନିତ ଅତିଥି ଡ. ବସନ୍ତ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଓ ଭାଷାବିତ୍ ଡ. ଦେବାଶିଷ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ୍ ପଦାଧିକାରୀ ତଥା ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ଲାଲ ଘୋଡ଼ାର ସଇସ’ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଆମ ଜୀବନର ସାଧାରଣ ଘଟଣାବଳୀ ମଧ୍ୟରେ ସୂକ୍ଷ୍ମ ଓ ଚିରନ୍ତନ ରୂପ ଫୁଟାଇବାର ଦୃଷ୍ଟିଭଙ୍ଗୀ ହିଁ ‘ଲାଲ ଘୋଡ଼ାର ସଇସ’ର ପୃଷ୍ଠଭୂମି ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ ।

ସଞ୍ଜୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବଂଶୀଧର ସେଠୀ, କ୍ଷଣପ୍ରଭା ମହାନ୍ତି, ଡ ଜେନାମଣି ସଞ୍ଜୀବ କୁମାର, ଡ ଗୋପବନ୍ଧୁ ମହାନ୍ତି, ଜ୍ୟୋସ୍ନାମୟୀ ମହାନ୍ତି, ଜ୍ୟୋସ୍ନା ତ୍ରିପାଠୀ ପ୍ରମୁଖ କବି ସ୍ବରଚିତ କବିତା ପାଠ କରିଥିଲେ। ଲେଖକ ସୂର୍ଯ୍ୟମଣି ତ୍ରିପାଠୀ ପୁସ୍ତକର ନାମକରଣ ଓ ପ୍ରକାଶନ ପଛରେ ଆଭିମୁଖ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ।

 

 

Comments are closed.