ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ହ୍ୱାଟ୍ସଆପ୍ ଭଳି ବାର୍ତ୍ତାବାହକ ଆପ୍ଲିକେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହାର ଭୁଲ ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ । ହ୍ୱାଟ୍ସଆପ୍ରେ ଯଦି ଆପଣ କାହାକୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି, ତେବେ ବେଳ ଥାଉଥାଉ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏପରି କରିବା ଦ୍ୱାରା ଆପଣ ଉଭୟ ଜରିମାନା ଦେବା ସହ ଜେଲ ଦଣ୍ଡାଦେଶ ଭୋଗିପାରନ୍ତି ।
ଉକ୍ତିଟି ପଢିବାକୁ ଅଜବ ଲାଗୁଥିଲେ ବି ସାଉଦି ଆରବରେ କିଛି ଏପରି ନିୟମ କାନୁନ ଲାଗୁ କରାଯାଇଛି । ଯଦି ସାଉଦିରେ ରହୁଥିବା କୌଣସି ବ୍ୟକ୍ତିବିଶେଷ ହ୍ୱାଟ୍ସଆପ୍ରେ ରେଡ୍ ହାର୍ଟ ଇମୋଜି ପଠାଇବା ନେଇ ଧରା ପଡନ୍ତି । ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସାଇବର କ୍ରାଇମ୍ ଅଧିନରେ ୨ରୁ୫ ବର୍ଷ ଜେଲ ଦଣ୍ଡାଦେଶ ସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ମିଳିଥାଏ ।
ସାଉଦି ଆରବର ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ୍-ମୋତାଜ-କୁବିଙ୍କ ଅନୁଯାୟୀ, ଯଦି କେହି କାହାକୁ ରେଡ୍ ହାର୍ଟ ଇମୋଜୀ ହ୍ୱାଟ୍ସଆପ୍ କରିଥାନ୍ତି, ତେବେ ତାହାକୁ ନିର୍ଯାତନା ଜନିତ ଅପରାଧ ରୂପେ ଗ୍ରହଣ କରାଯିବ । ତେବେ ପ୍ରେରକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୀଡିତଙ୍କ ଅଭିଯୋଗ କିମ୍ବା ଥାନାରେ ଏତଲା ନିହାତି ଆବଶ୍ୟକ ।
Comments are closed.