Latest Odisha News

BREAKING NEWS

ବରିଷ୍ଠ ଆଇନଜୀବୀ ଜଗନ୍ନାଥ ରଥ ଓଡ଼ିଶାର ନୂଆ ସୂଚନା କମିଶନର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବରିଷ୍ଠ ଆଇନଜୀବୀ ତଥା ଆଇନ ପରାମର୍ଶଦାତା ଜଗନ୍ନାଥ ରଥଙ୍କୁ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଗୁରୁବାର ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରଥଙ୍କ ନିଯୁକ୍ତି ପରେ ରାଜ୍ୟରେ ସୂଚନା କମିଶନରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟ ଦୁଇ ଜଣ ହେଲେ ବାଳକୃଷ୍ଣ ମହାପାତ୍ର ଓ ସୁଶାନ୍ତ କୁମାର ମହାନ୍ତି। ମୁଖ୍ୟ ସୂଚନା କମିଶନର ହେଉଛନ୍ତି ଜଳଧର କୁମାର ତ୍ରିପାଠୀ।

ଆଇନଜୀବୀ ଭାବେ ୨୫ ବର୍ଷର ଅଭିଜ୍ଞତା ଥିବା ଶ୍ରୀ ରଥ ଓଡ଼ିଶା ରାଜସ୍ବ ବୋର୍ଡ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ସେ ସ୍ୱର୍ଗତ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ସାନ ପୁଅ, ଯିଏକି ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଅଗ୍ରଣୀ ବୁଦ୍ଧିଜୀବୀ ଥିଲେ । ସେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ବନାଥ ରଥଙ୍କ ସାନ ଭାଇ।

ରଥଙ୍କୁ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପାଇଁ ତାଙ୍କ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ପକ୍ଷରୁ ଅଭିନନ୍ଦନ ବାର୍ତ୍ତା ଓ ଶୁଭେଚ୍ଛା ମିଳିଛି। ଖୁବ୍ ଶୀଘ୍ର ସେ ସୂଚନା କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.