Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ । ତାଙ୍କ ନାଁ ସଂଯୁକ୍ତ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ଜାଗାରେ ରେଡ୍ ଚାଲିଛି । ସଂଯୁକ୍ତାଙ୍କ ଜଗତସିଂହପୁର ଜିଲ୍ଲା ସାତପୁରରେ ଥିବା ଦୁଇ ମହଲା ଘରେ ଚଢ଼ାଉ ଚାଲିଛି ।

ସେହିପରି ଜଗତସିଂହପୁର ପାଣିସାଲିଆରେ ଥିବା ଘର, କଟକ ମହାନଦୀବିହାରରେ ଥିବା ଫ୍ଲାଟ୍ ସମେତ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ ରୁମରେ ବି ରେଡ୍ ଚାଲିଛି । ଭିଜିଲାନ୍ସ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଚଢାଉରେ ୩୦ଜଣିଆ ଟିମ୍ ସାମିଲ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.