Latest Odisha News

BREAKING NEWS

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ

ନୂଆଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଶୁକ୍ରବାର ଦିନ କୋଭିଡ୍‌ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି।

କଂଗ୍ରେସ ଦଳର ମୁଖ୍ୟ ମୁଖପାତ୍ର ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, “ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ଗତ ୫ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜକୁ ପୃଥକ ରଖନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ।”

 

Comments are closed.