ବେଙ୍ଗାଲୁରୁ: ଘାତକ ସାଜୁଛି ଡିପ୍ରେସନ। ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଆଇଏଏମ ଦୁର୍ନୀତି ଘଟଣାରେ ଫସିଥିବା ବରିଷ୍ଠ ଆଇଏଏସ ଅଫିସର ବିଏମ ବିଜୟଶଙ୍କର ଆତ୍ମହତ୍ୟା କରିଛନ୍ତି । ଏହି ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଉଛି । ଡିପ୍ରେସନର ଶିକାର ହୋଇ ଶେଷରେ ବେଙ୍ଗାଲୁରୁ ଜୟନଗର ସ୍ଥିତ ତାଙ୍କ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ।
ସିବିଆଇ ଏବେ ଆଇଏମଏ ଦୁର୍ନୀତି ଘଟଣାର ତଦନ୍ତ କରୁଛି ।
ପ୍ରାପ୍ତ ସୂଚନାଅନୁଯାୟୀ, ଆଇଏମଏ ପକ୍ଷରୁ ଲୋକଙ୍କୁ ଲୋଭ ଦେଖାଇ କମ୍ପାନୀରେ ପୁଞ୍ଜି ନିବେଶ ପାଇଁ କୁହାଯାଇଥିଲା। ଏପରି ଭାବେ ପ୍ରାୟ ୪ ହଜାର କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି।
ତେବେ ଘଟଣାର ତଦନ୍ତ ପାଇଁ ଗଠିତ ଏସଆଇଟି ସମ୍ପୃକ୍ତି ଥିବା ନେଇ ଆଇଏଏସ ବିଜୟଶଙ୍କରଙ୍କୁ ଗିରଫ କରିଥିଲା। ସେ ଆଇଏଏମକୁ ସହାୟତା କରିବା ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିବା ପରେ ଗତବର୍ଷ ଜୁଲାଇ ମାସରେ ଏସଆଇଟି ତାଙ୍କୁ ଗିରଫ କରିଥିଲା।ଜେଲରୁ ମୁକିଳିବା ପରେ ସେ ଡିପ୍ରେସନକୁ ଚାଲି ଯାଇଥିବା ସୂଚନା ମିିଳିଛି ।
Comments are closed.