Latest Odisha News

BREAKING NEWS

ସିଡବ୍ଲୁସି ବୈଠକ: ନେତୃତ୍ୱ ପରିବର୍ତ୍ତନ ଚିଠିର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆ ଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ ପ୍ରସଙ୍ଗରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ବିଶେଷ କରି ନେତୃତ୍ୱ ପରିବର୍ତ୍ତନ ସମ୍ପର୍କିତ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ସିଡବ୍ଲୁସି ବୈଠକରେ ରାହୁଲ କହିଛନ୍ତି, ଏହି ଚିଠି ତାଙ୍କୁ ବଡ ଆଘାତ ଦେଇଛି ।

ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ହସପିଟାଲରେ ଭର୍ତ୍ତି ହେବା ବେଳେ କାହିଁକି ଏହି ଚିଠି ଲେଖାଯାଇଛି । ଏଭଳି ସମୟରେ ଚିଠି ଲେଖି ଦଳର ବରିଷ୍ଠ ନେତା କଣ କହିବାକୁ ଚାହୁଁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଲଢେଇ କରୁଥିବା ବେଳେ କାହିଁକି ନେତୃତ୍ୱ ପରିବର୍ତ୍ତନ ନେଇ ଏଭଳି ଚିଠି ଲେଖାଗଲା ବୋଲି ରାହୁଲ ବିରକ୍ତ ପ୍ରକାଶ କରିଛନ୍ତି । ଦଳ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି କରିଥିବା ବରିଷ୍ଠ ନେତାମାନେ ବିଜେପି ଷଡଯନ୍ତ୍ରରେ ସାମିଲ ହୋଇଥିବା ତାଙ୍କ ସନ୍ଦେହ ହେଉଛି ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.