Latest Odisha News

BREAKING NEWS

ଏନଡିଏରେ ସାମିଲ ହୋଇ ଫସିଗଲା ଜେଡିଏସ !

ଭୁବନେଶ୍ୱର: ଏନଡିଏ ସହ ବିଧିବଦ୍ଧ ଭାବେ ମେଣ୍ଟ କରି ଆଗକୁ ବଢିଛି ଜେଡିଏସ। ଆଗାମୀ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଓ ଜେଡିଏସ ଏକାଠି ହୋଇଛନ୍ତି।

କିନ୍ତୁ ଏହା ଜେଡିଏସକୁ ମହଙ୍ଗା ପଡିଛି। ବିଜେପି ସହ ମିଶି ଆଗକୁ ବଢିବା ପରେ ଜେଡିଏସ ନେତା ଦଳ ଛାଡିବା ଆରମ୍ଭ କରିଛନ୍ତି। ଦଳର ରାଜ୍ୟ ଉପସଭାପତି ସୟେଦ ସଫିଉଲ୍ଲା ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି।

ଦଳର ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ଦେବା ସହ ବିଜେପି ସହ ସମ୍ପର୍କ ଯୋଡିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଧର୍ମନିରପେକ୍ଷତା ରକ୍ଷା କରି ଦଳ ଲୋକଙ୍କ ସେବା କରୁଥିବାରୁ ସେ ଦଳ ସହ ରହି କାମ କରୁଥିଲେ।

ଏପରିକି ପୂର୍ବରୁ ମଧ୍ୟ ବିଜେପି ସହ ମିଶି ରାଜ୍ୟରେ ସରକାର ଗଢିବାକୁ ନିଷ୍ପତ୍ତି ନେବା ବେଳେ ସେ ଦଳଠାରୁ ଦୁରେଇ ରହିଥିଲେ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେଣୁ ଏବେ ପୁଣିଥରେ ଦଳୀୟ ନେତୃତ୍ୱ ବିଜେପି ସହ ମିଶି ଆଗକୁ ବଢୁଥିବାରୁ ତାଙ୍କ ପାଖରେ ଇସ୍ତଫା ଦେବା ଛଡା ଆଉ କିଛି ବିକଳ୍ପ ନ ଥିଲା ବୋଲି ସେ ଦର୍ଶାଇଛନ୍ତି।

ଏପରିକି ସୈଫୁଲାଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଶିବମୋଗାର ଜେଡିଏସ ସଭାପତି ଏମ ଶ୍ରୀକାନ୍ତ, ଆୟେଶା ଫର୍ଜାନା ପ୍ରମୁଖ ମଧ୍ୟ ଇସ୍ତଫା ଦେଇଥିବା ସୁଚନା ମିଳିଛି।

୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସ କଂଗ୍ରେସ ସହ ମେଣ୍ଟ କରିଥିଲା। କିନ୍ତୁ ବିଜେପି କର୍ଣ୍ଣାଟକରେ ୨୮ ସିଟରୁ ୨୫ ଟି ସିଟ ଜିତିଥିଲା। ଏପରିକି ବିଜେପି ସମର୍ଥନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିତିଥିଲେ।

ତେଣୁ ଏବେ ବିଜେପି ସହ ମେଣ୍ଟ ପରେ ଦଳୀୟ ନେତା ଦଳ ଛାଡୁଥିଲେ ମଧ୍ୟ ଦଳର ଆଭିମୁଖ୍ୟ ଆଗକୁ କଣ ରହିବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.