Latest Odisha News

କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: କିଟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିୟନଶିପ ୨୦୨୦-୨୧ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ) ତତ୍ତ୍ୱାବଧାନରେ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନଶିପର ଉଦଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍ ଆଡମିନିଷ୍ଟ୍ରେସନ୍ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍ଆଇର ମହାସଚିବ ଅନୀଲ ଚୌଧୁରୀ, ଭିଏଫଆଇର ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, କିଟ୍ ଓ କିସ୍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫ୍ଆଇର ସଭାପତି ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍ ଆସୋସିଏସନର ସାଧାରଣ ସମ୍ପାଦକ ତଥା କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

BjdElectrycity

ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ଚାମ୍ପିୟନଶିପରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ବର୍ଗର ଖେଳାଳି ଓ ଅଫିସିଆଲଙ୍କ ଉପସ୍ଥିତିରେ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାରତୀୟ ଭଲିବଲ୍ ଇତିହାସରେ ଓଡ଼ିଶା ଲଗାତାର ଦୁଇଥର ଏହି ଚାମ୍ପିୟନଶିପ ଆୟୋଜନ କରୁଛି।ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍ ଚାମ୍ପିୟନଶିପଗତବର୍ଷ ମଧ୍ୟ ଏଠାରେ ଆୟୋଜନ କରାଯାଇଥିଲା। ଚାମ୍ପିୟନଶିପ ଓଡ଼ିଶା ସରକାରଙ୍କ କୋଭିଡ୍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି । ଆଜି ପୁରୁଷ ବର୍ଗରେ ଓଡ଼ିଶା ଓ ମଧ୍ୟପ୍ରଦେଶ ଏବଂ ମହିଳା ବର୍ଗରେ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.