Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭଜିଙ୍କ ପୂର୍ବରୁ କେଉଁ କ୍ରିକେଟର ବଲିଉଡର ଭାଗ୍ୟ ପରୀକ୍ଷା କରିଛନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ଫିଲ୍ମ ଫ୍ରେଣ୍ଡଶିପର ଟ୍ରେଲର ରିଲିଜ ହୋଇଯାଇଛି । କ୍ରିକେଟରେ ଷ୍ଟାର ଖେଳାଳି ଭଜି ଫିଲ୍ମ ଦୁନିଆରେ ସଫଳ ହେଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ । ଆସନ୍ତୁ ଜାଣିବା ଅନ୍ୟ କେଉଁ କ୍ରିକେଟର ଫିଲ୍ମରେ ଭାଗ୍ୟ ପରୀକ୍ଷା କରିଥିଲେ-
ଅଜୟ ଜାଡେଜା: ୯୦ ଦଶକରେ ଭାରତୀୟ କ୍ରିକେଟର ପରିଚିତ ନାମ ଥିଲେ ଅଜୟ ଜାଡେଜା । ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଏହା ପରେ ସେ ଖେଲ ଫିଲ୍ମ ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପରେ ପଲ ପଲ ଦିଲରେ ମଧ୍ୟ ଅଭିନୟ କରିଥିଲେ । ୨ଟି ଯାକ ଫିଲ୍ମ ପ୍ଲପ ହେବା ପରେ ତାଙ୍କ କ୍ରିକେଟ ପରି ବଲିଉଡ କ୍ୟାରିୟର ମଧ୍ୟ ନଷ୍ଟ ହୋଇ ଯାଇଥିଲା ।

ସଲିଲ ଆଙ୍କୋଲା: ସଲିଲ ଆଙ୍କୋଲା କ୍ରିକେଟରେ ଏତେଟା ସଫଳ ହୋଇ ନ ପାରିବରୁ ଅଭିନୟ ଆରମ୍ଭ କରିଥିଲେ । କୁରୁକ୍ଷେତ୍ର, ପିତା ଓ ଚୁରା ଲିୟା ତୁମନେ ଫିଲ୍ମରେ ସେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକଗୁଡିଏ ଟିଭି କାର୍ଯ୍ୟକ୍ରମରେ କାମ କରିଥିଲେ ।
ବିନୋଦ କାମ୍ବଲୀ: ବିନୋଦ କାମ୍ବଲୀଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ ବହୁତ ଭଲ ଥିଲା । ମାତ୍ର ସେ ତାଙ୍କ ସଫଳତାକୁ ବଜାୟ ରଖିପାରି ନ ଥିଲେ । କ୍ରିକେଟ କ୍ୟାରିୟର ନଷ୍ଟ ହେବାରୁ ଅନର୍ଥ ଫିଲ୍ମରେ କାମ କରିଥିଲେ । ଏଥିରେ ମଧ୍ୟ ସେତେଟା ସଫଳ ହୋଇ ନ ଥିଲା ।
କପିଳଦେବ:ଭାରତକୁ ବିଶ୍ୱକପ ସ୍ୱାଦ ଚଖାଇଥିବା ମହାନ କ୍ରିକେଟର କପିଳ ଦେବ ଫିଲ୍ମ କ୍ୟାରିୟର ମଧ୍ୟ ଏତେଟା ଖରାପ ନ ଥିଲା । ସେ ଷ୍ଟମ୍ପଡ, ମୁଝସେ ଶାଦୀ କରୋଗି, ଇକବାଲ ଓ ଚେନ କୁଲୀ କି ମେନ କୁଲୀରେ ଅଭିନୟ କରିଥିଲେ ।

ସୟେଦ କିରମାନୀ, ସନ୍ଦୀପ ପାଟିଲ: ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମର ସମସ୍ତ ଖେଳାଳି ଲୋକପ୍ରିୟ ହୋଇ ପଡିଥିଲେ । ସନ୍ଦୀପ ପାଟିଲ ଓ ସୟେଦ କିରମାନୀ କଭି ଅଜନବି ଥେରେ ଅଭିନୟ କରିଥିଲେ । ଫିଲ୍ମ ବକ୍ସ ଅଫିସରେ କମାଲ କରିପାରି ନ ଥିଲା । ସେହିପରି ସୁନୀଲ ଗାଭାସ୍କର ମାଲାମାଲ ଫିଲ୍ମରେ ଅଭିନୟ କରିଥିଲେ ।

Leave A Reply

Your email address will not be published.