Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ଦାରା ସେନାର ମୁଖ୍ୟ ମୁକେଶ ଜେନ ମାମଲା ,କଟକ ଗସ୍ତରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ

କଟକ: ବହୁ ଚର୍ଚ୍ଚିତ ଦାରା ସେନା ମୁଖ୍ୟ ମୁକେଶ ଜେନ ମାମଲା । ଦାରା ସେନାର ମୁଖ୍ୟ ମୁକେଶ ଜେନଙ୍କ ବିରୋଧରେ ହୋଇଥିବା ମାମଲାର ଡିସଚାର୍ଜ ପାଇଁ କଟକ ଆସିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ । ଗତବର୍ଷ ରଥ ଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜେନ  ଜଗନ୍ନାଥଙ୍କୁ ନେଇ କିଛି ବିବାଦୀୟ ପ୍ରସଙ୍ଗ ସୋସିଆଲ ମିଡିଆରେ ରଖିଥିଲେ । ଏହା ସହ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ମୁକେଶଙ୍କ ବିରୋଧରେ ଓଡିଶାରେ ୪ ଟି ମାମଲା ଦାୟର ହୋଇଥିଲା । ଏହି ସବୁ ମାମଲାର ଆଜି ସିଟି ଜେଏମଏଫସି ଙ୍କ ଅଦାଲତରେ ଡିସଚାର୍ଜ ଆବେଦନ ପାଇଁ କଟକ ଆସିଥିଲେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ ।

Leave A Reply

Your email address will not be published.