ଲକ୍ଷ୍ନୌ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ବିଧାନ ପରିଷଦ ସଦସ୍ୟ ଏସଆରଏସ ଯାଦବ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ୮୭ ବର୍ଷିୟ ଯାଦବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ସୋମବାର ରାତିରେ ସ୍ଥାନୀୟ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGI) ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା । ଏନେଇ ସମାଜବାଦୀ ପାର୍ଟି ଜାତୀୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ଯାଦବଙ୍କ ଘର ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ହୋଇଥିବା ବେଳେ ସେ ପତ୍ନୀ ଏବଂ ତିନି ପୁଅଙ୍କ ସହ ରହୁଥିଲେ। ୧୯୯୨ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଏସଆରଏସ ଯାଦବ ଅବସର ପରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କୁ ମୁଲାୟମ ସିଂ ଯାଦବଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ସେ ପାର୍ଟିରେ ବିଭିନ୍ନ ପଦପଦବୀରେ ରହିଥିଲେ। ବର୍ତ୍ତମାନ ସେ ଦଳର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ ।
Comments are closed.