Latest Odisha News

BREAKING NEWS

କଟକଣା ମଧ୍ୟରେ ଖୋଲାଯାଉ ମନ୍ଦିର ଓ ଧର୍ମାନୁଷ୍ଠାନ: ଓଡିଶା ମନ୍ଦିର ସେବାୟତ ସଂଘ  

ଭୁବନେଶ୍ୱର: ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ସାରାଦେଶରେ ଜୁନ ମାସ ୮ ତାରିଖରୁ ମନ୍ଦିର ଖୋଲା ଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର କିମ୍ବା ଧର୍ମାନୁଷ୍ଠାନ ଖୋଲା ଯାଇନାହିଁ ।ଓଡ଼ିଶା ହାଇକୋର୍ଟ ମଧ୍ୟ ଗାଇଡ଼ଲାଇନ ସହ ମନ୍ଦିର ଖୋଲିବାକୁ ପରାମର୍ଶ ଦେଇଛନ୍ତି ।

“ରାଜ୍ୟ ସରକାର ସମସ୍ତ ଦୋକାନ ବଜାର , ମଦ ଦୋକାନ ତଥା ଗାଡି ଚଳାଚଳକୁ ଅନୁମତି ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଗାଇଡ଼ଲାଇନ ସହ ସମାବେଶ ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବ ପାଇଁ ଅନୁମତି ଦେଇଛନ୍ତି । ମତ୍ର ଧର୍ମାନୁଷ୍ଠାନ ଗୁଡିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମନ୍ଦିରରେ ସେବାୟତ ମାନେ ଯଜମାନଙ୍କ ମଙ୍ଗଳ କାମନା କରି ଯାହାଦକ୍ଷିଣା ପାଇ ଥାଆନ୍ତି ସେଥିରେ ତାଙ୍କର ପରିବାର ଭରଣପୋଷଣ ହୋଇଥାଏ” ବୋଲି କହିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି । ଏଣୁ ସରକାର ମନ୍ଦିର ଖୋଲିବାକୁ ଅନୁମତି ନଦେବା ଯାଏଁ ପ୍ରତ୍ୟେକ ଦିନ ସକାଳ ୯ ଘଟିକାରୁ ଦିନ ୧୨ ଟା ପର୍ଯ୍ୟନ୍ତ ସରକାରଙ୍କ ବିରୁଦ୍ଧରେ ଧାରଣ ଦେବାକୁ ଚେତାବନୀ ଦେଇଛି ସଙ୍ଘ ।

 

Leave A Reply

Your email address will not be published.