Latest Odisha News

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ଜଣାପଡ଼ିଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ୧୬୩୪, ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ ୪୧.୦୮% ଆଣ୍ଟିବଡି ବିକଶତି ହୋଇଥିବା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

ସେହିପରି ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ସାମ୍ପଲରୁ ୫୬.୪% ଆଣ୍ଟିବଡି ବିକଶିତ ହୋଇଥିବା ବେଳେ ୧୬ ନଂ ୱାର୍ଡରୁ ସର୍ବନିମ୍ନ ୨୨%, ୪୭ ନଂ ୱାର୍ଡରୁ ସର୍ବାଧିକ ୬୭%, ଅଳ୍ପ ବୟସ୍କଙ୍କ ଭିତରେ ଆଣ୍ଟିବଡି ବେଶି ବିକଶିତ ହୋଇଥିବା ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।

Comments are closed.