Latest Odisha News

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଟେଷ୍ଟ କରାଯିବ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଜନସଂଖ୍ୟା ଆବଦ୍ଧ ଅଂଚଳରେ ଟେଷ୍ଟ କରାଯାଉଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ, ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଇଛି । ପୁରୀ ପରେ ଭୁବନେଶ୍ୱର ଓ ଗଂଜାମରେ ଟେଷ୍ଟ ହେବ ।

ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ସରକାର ମଗାଇଥିବା ୫୦ ହଜାର କିଟ୍ ଆସିବା ପରେ ଆଂଟିବଡି ଓ ଆଂଟିଜେନ୍ ଟେଷ୍ଟ କରାଯିବ । ଆଇଏଲଏସ ରାଜ୍ୟରେ ଜେନମ୍ ଷ୍ଟଡି କରିସାରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ୨୨୮ଟି ଷ୍ଟ୍ରେନକୁ ପରୀକ୍ଷା କରାଯାଇଛି । ଝାଡଖଣ୍ଡ ଓ ଛତିଶଗଡ ନମୁନା ବି ପରୀକ୍ଷା କରାଯାଇଛି, କେବଳ ଅନୁଧ୍ୟାନ ବାକି ଅଛି । ଖାଲି ସେତିକି ନୁହେଁ, କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୂତାଣୁ ଆକ୍ରାନ୍ତ କରିବ କି ନାହିଁ, ସେନେଇ ଇମୋନୋଲଜି ଷ୍ଟଡି କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.