Latest Odisha News

BREAKING NEWS

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ଗତକାଲି କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖଥିଲା ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରୋଜେନିକା । କାରଣ ଏହି ଟିକା ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବା ପରେ ଅସୁସ୍ଥତାର ଲକ୍ଷଣ ଦେଖା ଦେଇଥିଲା । ତେଣୁ କୋଭିଡ଼-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଷ୍ଟ୍ରୋଜେନିକା ଅକ୍ସଫୋର୍ଡ଼ ବିଶ୍ୱିବଦ୍ୟାଳୟ ସହ ମିଶି କରେନା ଟିକା ପ୍ରସ୍ତୁତି କରୁଛି । ଯାହାର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଚାଲିଥିଲା । ମାନବ ପରୀକ୍ଷଣ ବେଳେ ଏହିପରି ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଏହି ଟିକା ପ୍ରସ୍ତୁତକୁ ସ୍ଥଗିତ ରଖିଛନ୍ତି । ଏହାସହ ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କଣ ବଡ଼ ସମସ୍ୟା ଦେଖାଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.