Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ତାଙ୍କ ବାପାଙ୍କ ଦସ୍ତଖତ ଥିବା ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତବେଳେ କୌଳିକ ପଣ୍ଡା କିଛି ପୂର୍ବ କଥା ମନେ ପକାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାପା ମଇକୁଲାଲ କୋରି ପୂର୍ବରୁ ପୁରୀ ଆସିଥିଲେ ଓ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାର ସ୍ମୃତିକୁ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ବାପାଙ୍କ ଦସ୍ତଖତ ଥିବା ତାମ୍ର ଫଳକ ଉପହାର ଦେଇଛନ୍ତି କୌଳିକ ପଣ୍ଡା ନାରାୟଣ ଗୋଛିକାର ।

ଉକ୍ତ ତାମ୍ର ଫଳକରେ ମଇକୁଲାଲଙ୍କ ଦସ୍ତଖତ ଏବଂ ତାଙ୍କ ପରିବାର ସମସ୍ତ ନାମ ଲିଖିତ ରହିଛି । କୌଳିକ ପଣ୍ଡାଙ୍କ ପାଖରେ ଥିବା ପୁସ୍ତିକାର ଏକ ପ୍ରତିକୃତି ତାମ୍ର ଫଳକ ପ୍ରଦାନ କରିଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଆଜି ଶେଷଦିନରେ ପୁରୀ ଗସ୍ତ କରିଥିଲେ ।

Servitor Gifted A Copper Plated Plate Was Signed By President Ramnath Kovind 's Father

ସିଂହଦ୍ବାରରୁ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପରେ ଗର୍ଭଗୃହ ନେଇ ପୂଜାର୍ଚ୍ଚନା କରାଇଥିଲେ । ପରେ ବିମଳାଙ୍କ ମନ୍ଦିର ଏବଂ ଶେଷରେ ମହାଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରାଇ କିଛି ସମୟ ପରମ୍ପରା ଅନୁଯାୟୀ ବସିବା କଥା ବୋଲି କହିବା ପରେ ରାଷ୍ଟ୍ରପତି ମହାଲକ୍ଷ୍ମୀଙ୍କ ଜଗମୋହନରେ ବସିଥିଲେ । କୌଳିକ ପଣ୍ଡାଙ୍କୁ ଦାନସ୍ବରୁପ ଅର୍ଥ ପ୍ରଦାନ କରିଥିଲେ ।

ସୂଚନା ଅନୁଯାୟୀ ୧୯୪୭ ମସିହା ଅକ୍ଟୋବର ୧୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାପା ମଇକୁଲାଲ ତାଙ୍କ ପରିବାର ସଦସ୍ୟଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେତେବେଳେ ସେ ତାଙ୍କର ଅନୁଭୂତି ଓ ଦସ୍ତଖତ କୌଳିକ ପଣ୍ଡାଙ୍କର ଥିବା ଯାତ୍ରୀ ପୁସ୍ତିକାରେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.