Latest Odisha News

BREAKING NEWS

ବାଣ ତିଆରି ବେଳେ ବିସ୍ଫୋରଣ, ୪ ଗୁରୁତର

ଖୋର୍ଦ୍ଧା : ବେଗୁନିଆ ବ୍ଲକ ବାଘମାରୀ ଥାନା ପଙ୍ଗାରସିଙ୍ଗ ଗାଁରେ ବିସ୍ଫୋରଣ । ବେଆଇନ ଭାବେ ବାଣ ତାରିଖ ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ମୋଟ ୪ ଜଣ ଆହତ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ୨ ବଖରା ଆଜବେଷ୍ଟସ ଘର ଧ୍ବଂସବିଧ୍ବସ୍ତ ହୋଇଯାଇଛି । ଘଟଣାସ୍ଥଳରେ ବାଘମାରୀ ପୋଲିସ ପହଞ୍ଚି ବପୁଳ ପରିମାଣର ବାଣ ଜବତ କରିଛି ।

ସୂଚନା ଅନୁସାରେ, ବେଆଇନ ଭାବେ ବାଣ ତିଆରି ଚାଲିଥିଲା । କିନ୍ତୁ ଏହି ସମୟରେ ବିସ୍ଫୋରଣ ହେବାରୁ ୨ ବଖରା ଆଜବେଷ୍ଟସ ଘର ଉଡିଯିବା ସହ ୪ ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.