Latest Odisha News

BREAKING NEWS

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ , ୭ ଅଭିଯୁକ୍ତ ଗିରଫ

ଯାଜପୁର : ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ । ୨ କିନ୍ନର ସମେତ ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ କୋର୍ଟ ଚାଲଣ କରାଯାଇଛି। ଦୀର୍ଘ ୯ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।ଦୁଇ କିନ୍ନରଙ୍କ ସହ ଶାରୀରୀକ ସମ୍ପର୍କ ରଖିବା ପରେ ଗଣ୍ଡଗୋଳ ତା ପରେ ହୋଇଥିଲା ହତ୍ୟାକାଣ୍ଡ ।

। ସୂଚନା ଅନୁସାରେ ଗତ ୩ ତାରିଖ ଦିନ ସଖାଳୁ ପାଣି କୋଇଲି ଥାନା ସୋତି ଗାଁ ନିକଟରେ ଜହ୍ନା ଗାଁ ର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ। ସେହି ଗାଁ ର ମାନଓ ଦାସଙ୍କ ମୃତ ଦେହ ପଡଥିବା ଦେଖି ସ୍ଥାନୀୟ ଲୋକେ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ।ପାଣି କୋଇଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇ ତଦନ୍ତର ଦିଗ ପରିବର୍ତ୍ତନ କରିଥିଲା ପୋଲିସ।ନଅ ଦିନ ଧରି ମାରାଥନ ତଦନ୍ତ କରିବା ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।ସୂଚନା ଅନୁସାରେ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର କିଛି ଯୁବକ ଓ ମୃତ ଯୁବକ ଦୁଇଜଣଙ୍କର ମଧ୍ୟରେ କିନ୍ନରଙ୍କ ସହତି ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ପ୍ରଥମେ ବଚସା ଓ ପରେ ମାରପିଟି ହୋଇଥିଲା।

ପରେ ଯାଜପୁର ର ଦୁଇ କିନ୍ନର ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଭିଯୁକ୍ତଙ୍କୁ ନେଇ ଜହ୍ନା ଗାଁ ର ଦୁଇଯୁବକଙ୍କୁ ହତ୍ୟା କରିଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।ଏହି ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଜିଲ୍ଲାର ସତ୍ୟଜିତ ବେହେରା,ମନୋଜ ସାହୁ,ରାଜେନ୍ଦ୍ର ସାହୁ,ମନୋଜ ବେହେରା,ଓ ଦୁଇ ଜଣ କିନ୍ନର ଦୀପକ ମହାନ୍ତି ଓ ସିଲା ସାହୁ ସମେତ ଜଣେ ନାବାଳକ ଥିବା ଜଣାପଡ଼ିଛି।ସେପଟେ ମୃତକଙ୍କ ପରିବାର ପକ୍ଷରୁ ଆସାମୀଙ୍କୁ ଫାସୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି।

Leave A Reply

Your email address will not be published.