Latest Odisha News

BREAKING NEWS

୧୦ ଲକ୍ଷରୁ ଅଧିକ ଟଙ୍କାର ମଦ ବୋଝେଇ ଟ୍ରକ ଜବତ, ଡ୍ରାଇଭର ସହ ୩ ଗିରଫ

ବାଲେଶ୍ବର : ବାଲେଶ୍ମବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଜବତ ।୧୦ ଲକ୍ଷରୁ ଅଧିକ ଟଙ୍କାର ମଦକୁ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡା ଜବତ କରିଛି ଅବକାରୀ ବିଭାଗ । ମଦ ଚୋରା ଚାଲାଣ ଘଟଣାରେ ସୋର ପଠାଣମହଲା ଗ୍ରାମର ଡମ୍ପର ଡ୍ରାଇଭର ଶେଖ ଆବୁ ରହିମକୁ ଗିରଫ କରାଯାଇଛି । ସେହିପରି ସଦର ଥାନା ଅନ୍ତର୍ଗତ ମେଣ୍ଢାଶୋଳ ଗ୍ରାମର ଅନନ୍ତ ମାଝୀ, ଟାଉନ ଥାନା ଅନ୍ତର୍ଗତ ମୋତିଗଞ୍ଜ ଅଞ୍ଚଳର ରାଜୁ ଚୌଧୁରୀକୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜରୁ ଏକ ଡମ୍ପରରେ ୧୦ ହଜାର ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ବାଲେଶ୍ବର ଓ ଭଦ୍ରକକୁ ଚୋରା ଚାଲାଣ ହେଉଥିଲା । ଖବର ପାଇ ଭାରପ୍ରାପ୍ତ ଅବକାରୀ ସୁପରିଟେଣ୍ଡେଣ୍ଟ ତଥା ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢୀ, ଅବକାରୀ ଇନସ୍ପେକ୍ଟର ଗାଲୁରାମ ସୋରେନ ଓ ସଦର ଅବକାରୀ ଇନସ୍ପେକ୍ଟର ପ୍ରବୀଣ ପ୍ରଧାନଙ୍କ ମିଳିତ ନେତୃତ୍ବରେ ଏହି ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଡମ୍ପର ଡାଲାରୁ ବସ୍ତା ବସ୍ତା ମଦ ଜବତ କରାଯାଇଥିଲା । ଅବକାରୀ ଟିମ୍ ଡମ୍ପରକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.