ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ ପାଖରୁ ସୁରାକ ମିଳିବା ପରେ ବାଘ ଛାଲ ରାକେଟକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।

ଛତିଶଗଡ଼ ଓ ଓଡିଶା ବନ ବିଭାଗର ମିଳିତ ଚଢ଼ାଉ ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯ଟି ବାଘ ଛାଲ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖରିଆର ବନ ବିଭାଗ ଓ ଏମ୍.ରାମପୁର ବନ ବିଭାଗ ପ୍ରଥମେ ପଲମ ନିକଟରୁ ବାଇକରେ ବାଘ ଦାନ୍ତ ଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାରେ ଗିରଫ ଯୁବକଙ୍କୁ ଜେରା ବେଳେ ଖୋଲିଥିଲା ଗୁମର ।

ମଧ୍ୟପ୍ରଦେଶ ଜବଲପୁରର ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମର ମୁଖ୍ୟ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଚଢ଼ାଉ ହୋଇଛି । ଏହି ରାକେଟରେ ଚେର କେଉଁ ଯାଏ ଲମ୍ବିଛି ? ଆଉ କେଉଁ ସବୁ ରାଜ୍ୟରେ ବାଘ ଛାଲ ବେପାର ଚଳାଇଥିଲେ ? ରାକେଟର କିଏ ମାଷ୍ଟରମାଇଣ୍ଡ ? ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଖୋଳତାଡ ଜାରି ରହିଛି ।
BREAKING NEWS
- ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
- ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା ପ୍ରକଟ;ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଲେ
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
Comments are closed.