Latest Odisha News

BREAKING NEWS

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ପିକଅପ୍ ଭ୍ୟାନ, ୭ ମୃତ

ହିମାଚଳପ୍ରଦେଶ: କାମ କରିବାକୁ ବିହାରରୁ ଯାଉଥିଲେ ହିମାଚଳପ୍ରଦେଶ । କିନ୍ତୁ ଅଧା ବାଟରେ ଅନାଇ ବସିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଶ୍ରମିକଙ୍କ ଜୀବନ । ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ତଳେ ଖସି ପଡ଼ିଲା ପିକଅପ୍ ଭ୍ୟାନ୍ । ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

ଗତକାଲି ରାତି ପାଖାପାଖି ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବିହାରରୁ କିଛି ଶ୍ରମିକ ହିମାଚଳ ପ୍ରଦେଶ କାମ କରିବାକୁ ଆସିଥିଲେ । ରାତିରେ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ ଠିକାଦାର ପିକଅପ୍ ଭ୍ୟାନ ଯୋଗ ସେମାନଙ୍କୁ ନେଉଥିଲେ ।

ହିମାଚଳ ପ୍ରଦେଶ ଦେଇ ଯାଇଥିବା ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ମଣ୍ଡି ନିକଟ ପୁଲଘାଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେଲା । ଭାରସାମ୍ୟ ହରାଇ ଗାଡ଼ିଚି ବ୍ରିଜର ବ୍ୟାରିକେଡରେ ପିଟି ହେବା ସହ ତଳକୁ ଖସି ପଡ଼ିଥିଲା । ପୋଲିସ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଦୁର୍ଘଟଣାରେ ଶ୍ରମିକଙ୍କ ଅକାଳ ବିୟୋଗକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.