Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ଗୁଣୁପୁର: ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ର ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଏବଂ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।

କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ବଳକା ଥିବା କଂଗ୍ରେସର କିଛି ହାତ ଗଣତି ଟାଣୁଆ ନେତା ବିଜେଡିରେ ଯୋଗ ଦେଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ ପୌର ଓ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଯୋଜନାବଦ୍ଧ ଭାବେ ବିଜେଡି ରାୟଗଡାରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି । ସବିଶେଷ ସୂଚନା ଅନୁଯାୟୀ କଂଗ୍ରେସ ଦଳକୁ ବାଦ୍ ଦେଲେ ବିଜେପିରୁ ଗୁଣୁପୁରର ବାଳି ଗମାଙ୍ଗ, ଏସ୍‌. ବାବା ପ୍ରସାଦ ଓ ଦୁର୍ଗା ପ୍ରସାଦ ବିଜେଡିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.