Latest Odisha News

[ଭିଡିଓ] ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ଔଷଧ

ଅନୁଗୁଳ: ରୋଗୀଙ୍କୁ ମିଳୁନି ହେଲେ ଫିଙ୍ଗା ହେଉଛି ଏକ୍ସପାରୀ ଡେଟ୍ ଥିବା ଔଷଧ । ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ମେଡିସିନ୍ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଥିବା ପୁରୁଣା ସରକାରୀ କ୍ୱାର୍ଟର ଭଙ୍ଗା ହେବା ବେଳେ ଲକ୍ଷାଧିକ ଟଙ୍କାର ଏକ୍ସପାରୀ ଔଷଧ ମିଳିଛି। ସେହି କ୍ୱାର୍ଟରରେ ଜଣେ ଅବସରପ୍ରାପ୍ତ ଫାର୍ମାଷିଷ୍ଟ ଥିଲେ ବୋଲି ଜଣାପଡ଼ିଛି।

ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇରନ୍, ଫଲିକ୍ ଏସିଡ୍ ଏବଂ ଭିଟାମିନ୍ ଔଷଧ ମିଳିଥିଲା । ଏହି ମେଡିସିନ୍ ସବୁ ଅନେକ ଦିନ ପୂର୍ବରୁ ଏକ୍ସପାରୀ ହୋଇସାରିଥିଲା । ଏତେ ପରିମାଣର ମେଡିସିନ୍ କିଏ ଓ କାହିଁକି କ୍ୱାର୍ଟରେ ଗଚ୍ଛିତ ରଖିଥିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନୁଗୁଳ ଜିଲ୍ଲାରେ ଅନେକ ଲୋକ ରକ୍ତହୀନତାର ଶିକାର ହୋଇଥାନ୍ତି । ଏଥିପାଇଁ ସରକାର ଆଇରନ୍ ,ଫଲିକ ଏସିଡ୍,ଭିଟାମିନ୍ ମାଗଣାରେ ବାଣ୍ଟିବା ପାଇଁ ଦେଇଥିଲେ।

ହେଲେ ଏତେ ପରିମାଣର ଏକ୍ସପାରୀ ମେଡିସିନ୍ ମିଳିବା ପରେ ଏହି ସବୁ ଔଷଧ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସଠିକ୍ ଭାବେ ବଣ୍ଟଯାଇନଥିବା ସ୍ପଷ୍ଟ ହୋଇଛି । ଏତେ ପରିମାଣର ଔଷଧ ଲୋକଙ୍କୁ ଦିଆନଯାଇ କଣ ପାଇଁ ଗଛିତ ରଖିଯାଇଛି ତାହା ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave A Reply

Your email address will not be published.