Latest Odisha News

BREAKING NEWS

Minibus-Truck collision in Dubai:ଦୁବାଇରେ ଭୟଙ୍କର ସଡ଼କ ଦୁର୍ଘଟଣା;ଅନେକ ଭାରତୀୟଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦୁବାଇରେ ଏକ ମିନିବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ନଅ ଜଣ ଆହତ ହୋଇଛନ୍ତି। ବସ୍ ରେ ଅନେକ ଭାରତୀୟ ଶ୍ରମିକ ଥିବା ଜଣାପଡ଼ିଛି। ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଦୁବାଇ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏକ ଟ୍ରକ୍ ରାସ୍ତା ମଝିରେ ଅଟକି ଯାଇଥିଲା। ପଛରୁ ଆସୁଥିବା ଏକ ମିନିବସ୍‌ର ଡ୍ରାଇଭର ନିରାପଦ ଦୂରତା ବଜାୟ ରଖିପାରି ନ ଥିଲେ ଏବଂ ଟ୍ରକ୍‌ର ପଛ ପାର୍ଶ୍ୱ ସହିତ ଧକ୍କା ହୋଇଥିଲା। ମୃତ ଭାରତୀୟଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଏହି ଘଟଣାରେ ଦୁବାଇସ୍ଥିତ ଭାରତୀୟ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିଛି।

 

ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ, ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚିଛନ୍ତି।ସେମାନେ ଆହତ ଭାରତୀୟଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ କାମ କରୁଛନ୍ତି। ଦୂତାବାସ ମଧ୍ୟ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି।

ଦୁବାଇ ପୋଲିସର ଟ୍ରାଫିକ୍ ବିଭାଗର ନିର୍ଦ୍ଦେଶକ ବ୍ରିଗେଡିୟର ଜୁମା ସାଲେମ କହିଛନ୍ତି ” ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ନଅ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି, ଅନ୍ୟ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।”

ବ୍ରିଗେଡିୟର ଜୁମା ସାଲେମ କହିଛନ୍ତି ଯେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ, ଟ୍ରାଫିକ୍ ଦୁର୍ଘଟଣା ତଦନ୍ତ ବିଭାଗର ବିଶେଷଜ୍ଞମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ଯାହାଦ୍ୱାରା ସେମାନେ ଯାଞ୍ଚ କରିପାରିବେ ଏବଂ ସଠିକ୍ ପ୍ରମାଣ ସଂଗ୍ରହ କରିପାରିବେ।

ଦୁବାଇ ପୋଲିସ ଏକ କଡ଼ା ଚେତାବନୀ ଜାରି କରିଛି ଯେ ରାସ୍ତା ମଝିରେ ଅଟକିବା ଏକ ଗମ୍ଭୀର ଅପରାଧ, ଯାହା ପାଇଁ ୧,୦୦୦ ଦିରହମ (AED)ର ଏକ ବଡ଼ ଜରିମାନା ଏବଂ ଡ୍ରାଇଭିଂ ଲାଇସେନ୍ସ ଉପରେ ଛଅଟି ବ୍ଲାକ ଟ୍ରାଫିକ୍ ପଏଣ୍ଟ ଦିଆଯାଇଛି ।

Leave A Reply

Your email address will not be published.