Latest Odisha News

BREAKING NEWS

ପୁରୀରୁ ସେକ୍ସ ରାକେଟ ଠାବ : ଆପାର୍ଟମେଣ୍ଟରୁ ୨ ଯୁବତୀ ଉଦ୍ଧାର, ୨ ଯୁବକ ଗିରଫ

ପୁରୀ: ବଳିଆପଣ୍ଡାର ଏକ ଆପାର୍ଟମେଣ୍ଟରେ ଚାଲିଥିଲା ଅନୈତିକ କାମ । କୌଣସି ସୂତ୍ରରୁ ଖବର ପାଇ ପୋଲିସ କଲା ଚଢଉ । ଚଢଉ ବେଳେ ସେଠାରେ ସେକ୍ସ ରାକେଟ ଠାବ ହୋଇଛି । ଏଥି ସହ ସେକ୍ସ ରାକେଟ ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ କୌଶଳ କ୍ରମେ ପୋଲିସ ଠାରୁ ଖସି ଫେରାର ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସେକ୍ସ ରାକେଟ ସମ୍ପର୍କରେ ଫେରାର ଯୁବକ ଓ ଅନ୍ୟ ଜଣେ ଯୁବକ ଜାଣି ଥିଲେ । ଏ ନେଇ କାହାକୁ ନ ଜଣାଇବା ପାଇଁ ସେମାନେ ମୋଟା ଅଙ୍କର ଟଙ୍କା ମାଗିଥିଲେ । ଏହାର ସମାଧାନ ନ ହେବାରୁ ଫେରାର ଯୁବକ ଏ ନେଇ ପୋଲିସକୁ ସୂଚନା ଦେଇଥିଲା । ଖବର ପ।।ଇ ପୋଲିସ ଚଢଉ ବେଳେ ଦୁଇ ଅଭିଯୁକ୍ତ ଗିରଫ କରିବା ସହିତ ଏଥିରେ ସଂପୃକ୍ତ ଝିଅମାନଙ୍କୁ ଉଦ୍ଧାର କରିଥିଲା । ଯୁବତୀମାନେ ଖୋର୍ଦ୍ଧା ଅଂଚଳର ବୋଲି ଜଣାପଡିଛି ।

ଚଢ଼ାଉ ବେଳେ ଏକ ସ୍କର୍ପିଓ, ଗର୍ଭ ନିରୋଧକ ଔଷଧ, ନଗଦ ୪ ହଜାର ୨୦୦ ଟଙ୍କା ଜବତ ହୋଇଛି । ଏଥିରେ ଅନ୍ୟ କେଉଂ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.