Latest Odisha News

BREAKING NEWS

ରାଉରକେଲାରୁ ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ଗିରଫ

ରାଉରକେଲା: ସେକ୍ସ ରାକେଟ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ରାଣୀ ମହୁମାଛି ସମେତ ୪ଜଣ ଗିରଫ। ରାଉରକେଲା ସେକ୍ଟର-୧୩ରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି ପୋଲିସ। A-୧୯୧ କ୍ୱାର୍ଟରରେ ଚଢ଼ାଉ କରି ଦୁଇ ମହିଳା ରାଣୀ ମହୁମାଛିଙ୍କୁ ଗିରଫ କରିଛି ସେକ୍ଟର-୧୫ ଥାନା ପୋଲିସ। ଗିରଫ ମହିଳା କିଙ୍ଗପିନ୍ ଭାରତୀ ପାତ୍ର ଓ ଜଣେ ଦଲାଲ୍ ମାନସ ରଞ୍ଜନ ମହାନ୍ତି।

ଚଢ଼ାଉ ବେଳେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ। ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଦୁଇ ବଙ୍ଗୀୟ ଯୁବତୀଙ୍କୁ ଆଣି ଭଡ଼ା ଘରେ ରଖି ଅନୈତିକ କାର୍ଯ୍ୟରେ ନିୟୋଜିତ କରିଥିଲେ ଭାରତୀ ପାତ୍ର। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Comments are closed.