Latest Odisha News

BREAKING NEWS

ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ଘରେ ଆଇସୋଲେସନରେ ଅଛନ୍ତି ।
ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ସବାନା ଆଜମୀ । ଏହାପରେ ବହୁ ବଲିଉଡ୍ ଷ୍ଟାର, ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଗଣିତ ଫ୍ୟାନ୍ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛନ୍ତି ।

Comments are closed, but trackbacks and pingbacks are open.