ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ମାଡ଼ରେ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିକୁ ଆଗକୁ ନେବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ବଜେଟ୍ ଉପରେ ସବୁ ବର୍ଗର ନଜର ରହିଛି । କାହାକୁ ମିଳିବ ଆଶ୍ୱସ୍ତି ? କଣ ବଡ଼ ଘୋଷଣା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ? ଏଥର ବଜେଟରେ ୧୪ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି କେନ୍ଦ୍ର ସରକାର ।
ଆୟକର ଉପରେ ମିଳିପାରେ ଆଶ୍ୱସ୍ତି
ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ ନେଇ ବଜେଟରେ ଘୋଷଣା କରି ପାରନ୍ତି ଅର୍ଥମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ଯାଏ ଆୟ ଉପରେ ଟିକସ ଛାଡ଼ ହୋଇପାରେ । ସର୍ବୋଚ୍ଚ ଟ୍ୟାକ୍ସ ସ୍ଲାବ ହାରକୁ ୩୦ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରିପାରନ୍ତି ସରକାର ।
ଫୋକସରେ ସ୍ୱାସ୍ଥ୍ୟ କ୍ଷେତ୍ର
କରୋନା ମହାମାରୀ ପ୍ରଭାବରେ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରେ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ଦେଶର ୧୦ପ୍ରତିଶତ ଧନୀଙ୍କ ଉପରେ ୧ପ୍ରତିଶତ ସରଚାର୍ଜ ଲଗାଇବାକୁ ସରକାରଙ୍କୁ ସୁପାରିଶ ହୋଇଥିଲା ।
ଏମଏସଏମଇ କ୍ଷେତ୍ର
ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ ସ୍ୱତନ୍ତ୍ର ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ । କରୋନା କାଳରେ ଦେଶରେ ଏମଏସଏମଇ ସେକ୍ଟର ବି ପ୍ରଭାବିତ ହୋଇଛି । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ କ୍ଷତି ସହିଛନ୍ତି । ସେମାନଙ୍କୁ ଋଣ ପ୍ରଦାନ ନେଇ କୌଣସି ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ।
BREAKING NEWS
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

Comments are closed.