Latest Odisha News

BREAKING NEWS

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: ଭକ୍ତଙ୍କ ପାଇଁ ଖୋଲିଲା ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜିଠୁ କରୋନା କଟକଣାରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ୨୧ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ ସନ୍ଧ୍ୟା ସାଢେ ୭ଟା ଯାଏ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।

BjdElectrycity

କୋଭିଡ୍ କଟକଣାରେ ଦର୍ଶନ ଚାଲିବ । ସମସ୍ତେ ମାସ୍କ ପିନ୍ଧିବା ବାଧ୍.ତାମୂଳକ । ସାନିଟାଇଜ୍ କରିବା ସହ ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବେ । ମନ୍ଦିରର କୌଣସି ଦେବଦେବୀ କି ଅନ୍ୟ କୌଣସି ଜିନିଷକୁ ସ୍ପର୍ଶ କରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୧୧ ତାରିଖରୁ ସମଲେଶ୍ୱରୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ।

Comments are closed, but trackbacks and pingbacks are open.