Latest Odisha News

BREAKING NEWS

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦  ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ ଅନ୍ୟ ୭ ଜଣଙ୍କ ସହ ଗିରଫ କରାଯାଇଥିଲା।

ଜେଲ ଅଧୀକ୍ଷକ କହିବା ଅନୁଯାୟୀ, ଆର୍ୟନ୍‌ ଗ୍ରହଣ କରିଥିବା ମନି ଅର୍ଡର ଜେଲ କ୍ୟାଣ୍ଟିନରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ନିୟମ ଅନୁଯାୟୀ, ଜଣେ କଏଦୀ ଜେଲରେ ଥିବା ଖର୍ଚ୍ଚ ପାଇଁ ସର୍ବାଧିକ ୪,୫୦୦ ମନି ଅର୍ଡର ପାଇପାରିବେ।

ଆର୍ୟନ୍‌ଙ୍କ ଜାମିନ ଶୁଣାଣିକୁ ଅକ୍ଟୋବର ୨୦ ଯାଏ ସ୍ଥଗିତ ରଖିଛନ୍ତି। ଜାମିନ ଆବେଦନ ପାଇଁ ଆର୍ୟନ ପ୍ରଥମ ଶୁଣାଣି ଅକ୍ଟୋବର ୪ରେ ହୋଇଥିଲା। ତଥାପି କୋର୍ଟ ଖାନ ଏବଂ ଅନ୍ୟମାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଥିଲେ।

Comments are closed.