Latest Odisha News

ସମୁଦ୍ର କୂଳରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ

ପୁରୀ : ସମୁଦ୍ର କୂଳରେ ପଡ଼ିରହିଛି ଯୁବକଙ୍କ ଗଳିତ ମୃତ ଦେହ । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ପଡିରହିଛି ଏହି ଗଳିତ ମୃତ ଦେହ ।  ବର୍ତ୍ତମାନ ସମୟରେ ମୃତ ଯୁବକଙ୍କର କୋଣସି ପରିଚୟ ମିଳିପାରୁନାହିଁ ।

ପୁରୀ ସମୁଦ୍ର କୁଳରେ ପୁରୀ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ଥାଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ ଦେହ ଉଦ୍ଧାର ବି କରାଯାଇନି । ମୃତ ଦେହଟି ୪ ଦିନରୁ ଅଧିକ ଦିନ ହେବ ପଡି ରହିଥିବା ଅନୁମାନ କରାଯାଉଛି । ତେବେ ଶରୀରର କିଛି ଅଂଶ ନଥିବା ବେଳେ ଏଯାଏ ମୃତ ଦେହ ଉଦ୍ଧାର ବି କରାଯାଇନି ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି  ।

 

Leave A Reply

Your email address will not be published.