Latest Odisha News

BREAKING NEWS

ବିହାରରେ ମୋଦିଙ୍କ ୪୧ ମିନିଟ ଭାଷଣ: ଲାଲୁ ଓ କଂଗ୍ରେସ ଉପରେ ବର୍ଷିଲେ, ଏଲଜେପି ନେଇ ମୌନ

ପାଟନା: ବିହାରରେ ଏନଡିଏ ମେଣ୍ଟ ପାଇଁ ଭୋଟ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଏହାସହ ବିହାରର ବିକାଶ ପାଇଁ ଏନଡିଏ ସରକାରକୁ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ ।

ଭାରତ ମାତା ନାରାରୁ ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଦିବଂଗତ ନେତା ରାମବିଳାସ ପାଶଓ୍ୱାନ ଓ ରଘୁବଂଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୋଦି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଏମଏସପି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ହମଲା କରିଥିଲେ । କିନ୍ତୁ ଏଲଜେପି କି ଚିରାଗ ପାସଓ୍ୱାଙ୍କ ଉପରେ ପଦୁଟିଏ କହିନଥିଲେ । ବିହାରବାସୀଙ୍କ ଆଗରେ ରଖିଥିଲେ ବିକାଶର ମେଡଲ ।

ମୋଦିଙ୍କ ଅଭିଭାଷଣର ଅପଡେଟ୍
– ବିରୋଧୀ ଆଣୁଥିବା ମଣ୍ଡି ଓ ଏମଏସପି ବାହାନା, ପ୍ରକୃତରେ ଦଲାଲ ଓ ମଧ୍ୟସ୍ଥିଙ୍କୁ ବଞ୍ଚାଇବା ପାଇଁ ଗର୍ଜୁଛନ୍ତି
– ୨୦୧୪ରେ କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ବିହାରକୁ ଡବଲ ଇଞ୍ଜିନର ଶକ୍ତି ମିଳିବାରୁ ବିକାଶ କାର୍ୟ୍ୟ ଅଧିକ ତ୍ୱରାନ୍ୱିତ ହୋଇଛି
– ବିହାରର ଯୁବକମାନଙ୍କୁ ମନେ ରଖିବାକୁ ପଡିବ ବିହାରକୁ କିଏ ଏତେ ଅସୁବିଧାରେ ପକାଇଛି ?
– ଆଜି ବିଦ୍ୟୁତ୍ ଅଛି, ରାସ୍ତା ଅଛି । ସବୁଠାରୁ ବଡ କଥା ହେଉଛି ପରିବେଶ ଯେଉଁଠାରେ ରାଜ୍ୟର ସାଧାରଣ ନାଗରିକ ବିନା ଭୟରେ ବଞ୍ଚିପାରିବେ
-ଭାରତର ସମ୍ମାନ ବିହାର, ଭାରତର ଗର୍ବ ବିହାର, ଭାରତର ମୂଲ୍ୟବୋଧ ବିହାର । ଆତ୍ମନିର୍ଭରଶୀଳତା ଭାରତର ପରିଚୟ ହେବ ବିହାର
– ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନଙ୍କର ଇତିହାସ ବିହାରକୁ ରୁଗଣ କରିବ, ସେମାନଙ୍କୁ ବରଦାସ୍ତ କରିବେ ନାହିଁ
– ସବୁ ସର୍ଭେ ରିପୋର୍ଟରେ ପୁଣିଥରେ ବିହାରରେ ଏନଡିଏ ସରକାର ଗଠନ ନେଇ ସୂଚନା ଆସୁଛି
– ବିହାରକୁ ଆତ୍ମନିର୍ଭର କରିବାକୁ ଏନଡିଏକୁ ଭୋଟ୍ ଦିଅନ୍ତୁ
– ଆତ୍ମନିର୍ଭର, ଆତ୍ମବିଶ୍ୱାସ ବିହାର ଗଠନ ଦିଗରେ ଆଗେଇବା
– କରୋନା ସମୟରେ ଗରିବଙ୍କୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି
– କରୋନା ସମୟରେ ଗରିବଙ୍କୁ ମାଗଣାରେ ଲୋକଙ୍କୁ ରାସନ ସାମଗ୍ରୀ ଦିଆଯାଉଛି

Leave A Reply

Your email address will not be published.