ମୁମ୍ବାଇ: ସୁହାନାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । କାହିଁକି କାନ୍ଦିଲେ କିଙ୍ଗଖାନଙ୍କ ଝିଅ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସୁହାନାଙ୍କ ଏହି ଫଟୋ ପଛରେ ରହିଛି କିଛି ଭିନ୍ନ ଘଟଣା । ସବୁବେଳେ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିବା ସୁହାନା, କାହିଁକି ସେୟାର କଲେ କାନ୍ଦୁଥିବାର ଫଟୋ ।
ସୁହାନା ଲଣ୍ଡନରେ ପଢୁଥିବାବେଳେ କରୋନାଭାଇରସ ଭଳି ମାହୋଲରେ ଘରେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଲକଡାଉନରେ ସୁହାନା ଏକ ସିକ୍ରେଟ୍ ପ୍ରୋଜେକ୍ଟରେ କାମ କରୁଛନ୍ତି । ଯେଉଁଥିରେ କିଛି ଇମୋଶନାଲ ସିନ ବି ରହିଛି । ସେହି ପ୍ରୋଜେକ୍ଟର କିଛି ସିନ୍ ମଧ୍ୟରୁ ସୁହାନା କାନ୍ଦୁଥିବାର ଫଟୋକୁ ଖୋଦ ସେ ନିଜେ ସେୟାର କରିଛନ୍ତ ।
(Courtesy: YouTube)
ବାପା ଶାହରୁଖଙ୍କ ଭଳି ସୁହାନା ବି ଫିଲ୍ମରେ ନିଜ କ୍ୟାରିୟର ଗଢିବାକୁୁ ଚାହୁଁଛନ୍ତି । ସୋସିଆଲ ମିଡଆରେ କେବଳ ଫଟୋ ନୁହେଁ ବରଂ ସର୍ଟ ଫିଲ୍ମ “ଦ ଗ୍ରେଟ୍ ପାର୍ଟ ଅଫ୍ ବ୍ଲୁ”ରେ ବି ସେ ନିଜ ଅଭିନୟର ଝଲକ ଦେଖାଇସାରିଛନ୍ତି ।
Comments are closed.