Latest Odisha News

BREAKING NEWS

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା ଖୁବ ବଢିଥିବା ବେଳେ   ରିଲିଜ ପରେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ସମସ୍ତେ ବେଶ ଆଶା ରଖିଛନ୍ତି ।

ନିଜ ଫିଲ୍ମର ପ୍ରମୋସନ ପାଇଁ ଅନେକ କଳାକାର ରିଲିଜ ପୂର୍ବରୁ ବିଭିନ୍ନ ରିୟାଲିଟି ସୋ’ କୁ ଯାଇଥାନ୍ତି। ଏହା ଭିତରେ ‘ଦ କପିଲ ଶର୍ମା ସୋ’ରେ  ଫିଲ୍ମର ପ୍ରମୋସନ ପାଇଁ ସମସ୍ତେ ତାରିଖ ଖୋଜିଥାନ୍ତି। ହେଲେ ଏଥିରୁ ବାଦ ପଡିଛନ୍ତି କିଙ୍ଗଖାନ । ଫିଲ୍ମ ‘ପଠାନ’ ର ପ୍ରଚାର କରିବାକୁ ‘ଦ କପିଲ ଶର୍ମା ସୋ’ କୁ ଯିବେ ନାହିଁ ବୋଲି ଏନେଇ ସେ ଟ୍ବିଟ କରି କହିଛନ୍ତି

ଟ୍ବିଟରରେ  ଆସ୍କଏସଆରକେ ସମୟରେ ଜଣେ ବ୍ୟବହାରକାରୀ ପ୍ରଶ୍ନ କରିଥିଲେ, ଭାଇ ଫିଲ୍ମ ‘ପଠାନ’ର ପ୍ରଚାର କରିବାକୁ ‘ଦ କପିଲ ଶର୍ମା ସୋ’ କୁ ଏଥର ଆସିବେ ନାହିଁ କି? ଏହାର ଉତ୍ତରରେ ଶାହରୁଖ କହିଥିଲେ, ଭାଇ ସିଧା ପ୍ରେକ୍ଷାଳୟକୁ ଯିବି। ସେଇଠି ଦେଖା ହେବା। ଅନ୍ୟପକ୍ଷରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି ଯେ, ଫିଲ୍ମର ପ୍ରଚାର ଆମେ ରିଲିଜ୍ ପରେ କରିବାକୁ ନିଷ୍ପତ୍ତି ନେଇଛୁ। ପୂର୍ବରୁ ଆମେ ପ୍ରଚାର କରିବୁ ନାହିଁ।

Comments are closed.