Latest Odisha News

BREAKING NEWS

ଚକ୍ ଦେ ଇଣ୍ଡିଆର ୧୩ ବର୍ଷ ପରେ ଶିମତ ଅମିନଙ୍କ ଫିଲ୍ମରେ ଅଭିନୟ କରିବେ ଶାହାରୁଖ !

ମୁମ୍ବାଇ: ଆନନ୍ଦ ଏଲ ରାୟଙ୍କ ଜିରୋ ଫିଲ୍ମ ପରେ ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ତାଙ୍କର ପରବର୍ତୀ ଫିଲ୍ମ କଣ ହେବ ସେ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ଚକ୍ ଦେ ଇଣ୍ଡିଆ ଫିଲ୍ମର ୧୩ ବର୍ଷ ପରେ ଶାହାରୁଖ ଓ ନିର୍ଦ୍ଦେଶକ ଶିମତ ଅମନୀ ଏକତ୍ର ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏଥିନେଇ ଶାହାରୁଖ କିମ୍ବା ଶିମତ କିଛି କହି ନ ଥିଲେ ମଧ୍ୟ ଉଭୟ ଜାହାଜି ନାମକ ଫିଲ୍ମ କରିବାକୁ ଯାଉଛନ୍ତି ।

ଏହା ଭାରତ ପରାଧୀନ ଥିବା ବେଳର କାହାଣୀକୁ ନେଇ ଆଧାରିତ । କିପରି ଇଂରେଜ ମାନେ ସାଧାରଣ ଲୋକଙ୍କୁ ଜାହାଜରେ ନେଇଯାଇ ୱେଷ୍ଟଇଣ୍ଡିଜ,  ଅଷ୍ଟ୍ରେଲିଆ ପରି ସ୍ଥାନରେ ଛାଡି ଦେଉଥିଲେ । ସେଠାରୁ ସ୍ୱଦେଶ ପ୍ରତ୍ୟାବର୍ତନ ଏବଂ ନୂତନ ସ୍ଥାନରେ ଚଳିବା ସଂଘର୍ଷ ଉପରେ ଫିଲ୍ମଟି ଆଧାରିତ । ରାଜକୁମାର ହିରାନୀ ସମାନ ଷ୍ଟୋରୀ ଲାଇନରେ ଶାହାରୁଖଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି । ହିରାନୀଙ୍କ ସହ ଶାହାରୁଖ ଫିଲ୍ମ ଏବଂ ଶମିତଙ୍କ ସଙ୍ଗେ ୱେବ ସୋ କନସର୍ଟ ଉପରେ ଅଭିନୟ କରିବା ପାଇଁ ଯୋଜନା କରୁଛନ୍ତି ।

Leave A Reply

Your email address will not be published.