ନୂଆଦିଲ୍ଲୀ: ଫୁଲ ଏଭଳି ଏକ ଜିନିଷ ଯାହାକୁ ଆମେ ଆମର ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରିଥାଉ। ଫୁଲ ଯେତେ ସୁକ୍ଷ୍ମ ଜିନିଷଟିଏ ହେଲେ ବି ତାର ଉପକାରିତା ବେଶ୍ ଅଧିକ। ଔଷଧଠୁ ନେଇ ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ।
ତେବେ ଆପଣ ଜାଣନ୍ତି କି ଫୁଲରେ ଆପଣ ଆପଣଙ୍କର ତ୍ବଚାର ଯତ୍ନ ମଧ୍ୟ ନେଇପାରିବେ। ଏଭଳି ଅନେକ ପ୍ରକାରର ଫୁଲ ଅଛି ଯାହାକୁ ଆପଣ ତ୍ବଚାର ସୌନ୍ଦର୍ଯ୍ୟ ବଢାଇବାରେ ବ୍ୟବହାର କରିପାରିବେ।
ମାରିଗୋଲ୍ଡ ତଥା ଗେଣ୍ଡୁ ଫୁଲ
ମାରିଗୋଲ୍ଡ ଭାରତରେ ବହୁଳ ମାତ୍ରାରେ ଉପଲବ୍ଧ ହୋଇଥାଏ। ଏହା ବିଶେଷ କରି ଶୀତ ଋତୁରେ ଅଧିକ ହୋଇଥାଏ। ଏଥିସହ, ମାରିଗୋଲ୍ଡ ତେଲରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ପ୍ରଭାବ ରହିଛି। ଏହି ଫୁଲକୁ ଚର୍ମର ଅପୂର୍ଣ୍ଣତାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇପାରେ।
ଏଥରେ ଆପଣ ଚା ମଧ୍ୟ ପ୍ରସ୍ତୁତ କରିପାରିବେ। ଚା ତିଆରି କରିବା ପାଇଁ ଆପଣ ½ କପ୍ ଫୁଲକୁ ½ କପ୍ ଫୁଟୁଥିବା ପାଣି ସହିତ ମିଶାଇ ଚା ପ୍ରସ୍ତୁତ କରିପାରିବେ। ଏହାର ପତ୍ରଗୁଡ଼ିକୁ ଶିଶୁର ସ୍ନାନରେ ମଧ୍ୟ ବ୍ୟବହାର କରାଯାଇପାରେ।
ଜସ୍ମିନ୍
ଜସ୍ମିନର ଫୁଲର ଉପକାରିତା ମଧ୍ୟ ବେଶ୍ ନିଆରା। ଏଥିରେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଯଥା ଫେସ୍ କ୍ରିମ୍, ଲୋସନ, ସାବୁନ ଏବଂ ତେଲ ଇତ୍ୟାଦି ବ୍ୟବହାର କରାଯାଏ। ଏହାର ପାଖୁଡାଗୁଡ଼ିକୁ ଗୋଟିଏ ରାତି ପାଣିରେ ଭିଜାଇ ଏହାର ଏକ ସ୍ପ୍ରେ ମଧ୍ୟ ପ୍ରସ୍ତୁତ କରିପାରିବେ।
ଏହାକୁ ଫ୍ରିଜରେ ରଖି ପ୍ରତିଦିନ ଏକ ସପ୍ତାହ ପାଇଁ ନିଜ ଚର୍ମରେ ବ୍ୟବହାର କରିପାରିବେ। ଏହାଦ୍ବାରା ଚର୍ମରେ ବେଶ୍ ପରିବର୍ତ୍ତନ ମଧ୍ୟ ଆସିଥାଏ।
ଗୋଲାପ
ଗୋଲାପ ଫୁଲର ଚମତ୍କାରିତା ବିଷୟରେ ସମସ୍ତେ ଅବଗତ ଥିବେ। ଗୋଲାପ ଫୁଲର ଜଳକୁ କେବଳ ମୁହଁର ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଖାଦ୍ୟରେ ମଧ୍ୟ ଏହାର ବହୁଳ ବ୍ୟବହାର କରାଯାଇଥାଏ। ଗୋଲାପ ଜଳର ବ୍ୟବହାର ତ୍ବଚାରେ ଏକ ସତେଜତା ଆଣିଦେଇଥାଏ ଏବଂ ମୁହଁ ଚମକ ମଧ୍ୟ ବଢାଇଥାଏ। ଏହି ଜଳ ଆପଣ ନିଜେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ।