ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ ।
କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ ହୋଇଛି । ଯେଉଁ କ୍ରିକେଟ୍ ପ୍ରେମୀମାନେ ଖେଳ ପ୍ରତି ଅତ୍ୟନ୍ତ ଭାବପ୍ରବଣ ସେମାନେ ନିଜ ପସନ୍ଦର ଖେଳାଳି ଅଥବା ଦଳର ପ୍ରଦର୍ଶନକୁ ନେଇ ଖୁବ ଭାବପ୍ରବଣ ମଧ୍ୟ।
ନିକଟରେ, ଚେନ୍ନାଇ ସୁପର କିଙ୍ଗସ ଦଳ କୋଲକାତା ନାଇଟ ରାଇଡରସ୍ ପାଖରୁ ହରିବା ପାରେ ସିଏସକେ ର କ୍ୟାପଟେନ ଏମଏସ ଧୋନି ସୋସିଆଲ ମିଡିଆରେ ଘୃଣାର ପାତ୍ର ହୋଇ ଯାଇଛନ୍ତି ।
ଧୋନିଙ୍କୁ ଟ୍ରୋଲ କରିବା ସହ ତାଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମଧ୍ୟ ଆକ୍ରମଣ ଧମକ ସହ ଏହି ଛୋଟ ପିଲାଟି ପ୍ରତି ଅସଦାଚରଣ ସହ ଦୁଷ୍କର୍ମ ଧମକ ଦେଇଛନ୍ତି।
ତେବେ ଏଭଳି ଦୁର୍ବ୍ୟବହାରକାରୀଙ୍କୁ ନିନ୍ଦା କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ,
People abusing Ziva Dhoni for yesterday’s loss??? Wtf is wrong with you mfs?
— Shash?️ (@_Shakti_maan) October 8, 2020
Comments are closed.