Latest Odisha News

BREAKING NEWS

ଗୁଜରାଟ ସମ୍ମୁଖରେ ୧୩୧ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩୧ ରନର ବିଜୟ ଲକ୍ଷ୍ୟ ଗୁଜରାଟ ସମ୍ମୁଖରେ ରଖିଛି । ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୨୩ ରନରେ ୫ଟି ୱିକେଟ ହରାଇ ବିପଦରେ ପଡିଥିଲା । ଏହା ପରେ ଅମନ ଖାଁଙ୍କ ଓ ଅଲରାଉଣ୍ଡର ଅକ୍ଷର ପଟେଲ ଦଳର ଇନିଂସ ସମ୍ଭାଳିଥିଲେ । ଅମନ ୫୧ ଓ ଅକ୍ଷର ୨୭ ରନ କରିଥିଲେ । ରିପେଲ ପଟେଲ ମଧ୍ୟ ୨୩ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଏହି ୩ ଜଣ ବ୍ୟାଟ୍ସମ୍ୟାନଙ୍କ କିଛି ମାତ୍ରାରେ ସଂଘର୍ଷ ଯୋଗୁ ଦିଲ୍ଲୀ ଏକ ଆଭରେଜ ସ୍କୋର କରିପାରିଥିଲା । ଗୁଜରାଟ ପକ୍ଷରୁ ସାମି ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ । ମୋହିତ ଶର୍ମା ୨ଟି ୱିକେଟ ନେଇଥିଲେ ।

ଗୁଜରାଟ ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ଶେଷ ସ୍ଥାନରେ ରହିଛି । ପ୍ଲେ ଅଫ ପ୍ରବେଶ ପାଇଁ ଦିଲ୍ଲୀକୁ ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ତେବେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଟସ ଜିତି ଗୁଜରାଟ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.