Latest Odisha News

BREAKING NEWS

ସାମୀଙ୍କୁ କରୋନା, ଭାରତୀୟ ଦଳରେ ସାମିଲ ହେଲେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନେଇଛନ୍ତି । ସାମୀଙ୍କ ସ୍ଥାନରେ ୩ ବର୍ଷ ପରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସାମି ସୁସ୍ଥ ହୋଇ ଯାଇଥିବା ଅନୁମାନ କରାଯାଉଛି । ୨୮ ସେପ୍ଟମ୍ବରରୁ ଏହି ସିରିଜ ଆରମ୍ଭ ହେବ । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ଭଲ ପ୍ରଦର୍ଶନ କରି ସାମୀ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବାକୁ ଥିବା ଶେଷ ସୁଯୋଗକୁ ହାତେଇବାକୁ ଚାହିଁଥିଲେ । ତେବେ କରୋନା ଯୋଗୁ ଏଥିରେ ବାଧା ସୃଷ୍ଟି ହୋଇଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଉମେଶ ଯାଦବ, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ ବୁମରାହ ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଂଚ (ଅଧିନାୟକ), ସିନ ଆବୋଟ, ଏଶଟନ ଏଗର, ପ୍ୟାଟ କୁମିନ୍ସ, ଟିମ ଡେଭିଡ, ନାଥାନ ଏଲିସ, କ୍ୟାମରୁନ ଗ୍ରୀନ, ଜୋଶ ହାଜେଲଉଡ, ଜୋଶ ଇଙ୍ଗଲିସ, ଗ୍ଲେନ ମ୍ୟାକ୍ସୱେଲ, କ୍ୟାନ ରିଚାର୍ଡସନ, ଡେନିୟମ ସେନ୍ସ,ଷ୍ଟିଭ ସ୍ମିଥ, ମାଥ୍ୟୁ ୱାଡେ ଓ ଆଡାମ ଜାମ୍ପା ।

Leave A Reply

Your email address will not be published.