Latest Odisha News

BREAKING NEWS

ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଶେନ ୱାଟସନ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଶେନ ୱାଟସନ ସୋମବାର କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ଆଇପିଏଲରୁ ଅବସର ଘୋଷଣା କରିବା ପରେ ଏହି ମହାନ ଅଲରାଉଣ୍ଡରକୁ ଆଉ ପଡିଆରେ ପ୍ରଶଂସକମାନେ ଦେଖିପାରିବେ ନାହିଁ ।  ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ଓ୍ବାଟସନ୍ ଏବେ ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ । ୱାଟସନ ସିଏସକେ ବ୍ୟତୀତ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର ପକ୍ଷରୁ ମଧ୍ୟ ଖେଳିଛନ୍ତି ।

୨୦୦୮ରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଆଇପିଏଲ ଟ୍ରଫି ବିଜେତା ହୋଇଥିଲା । ଏଥିରେ ୱାଟସନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଶେଷ ଲିଗ୍ ମ୍ୟାଚ ପରେ ଡ୍ରେସିଙ୍ଗ୍ ରୁମରେ ସମସ୍ତ ଫର୍ମାଟରୁ ଅବସର ନେବା ନେଇ ସାଥୀ ଖେଳାଳିଙ୍କୁ କହିଥିଲେ । ୱାଟସନ ଆଇପିଏଲରେ ୧୪୫ଟି ମ୍ୟାଚ୍ ଖେଳ ୩୮୭୪ ରନ୍ କରିଛନ୍ତି । ଆଇପିଏରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୧୭ । ଏଥିସହିତ ସେ ୪ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ତାଙ୍କ ନାମରେ ଅଛି । ଆଇପିଏରେ ସେ ୯୨ ଟି ଓ୍ବିକେଟ ମଧ୍ୟ ନେଇଛନ୍ତି ୱାଟସନ ।

Leave A Reply

Your email address will not be published.