ନୂଆଦିଲ୍ଲୀ: ସୋମବାର ଦିନ NCP (SP) ମୁଖ୍ୟ ଶରଦ ପାୱାରଙ୍କୁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୮୫ ବର୍ଷୀୟ ପାୱାରଙ୍କୁ କାଶ ହେବା ପରେ ପୁଣେର ଏକ ଘରୋଇ ହସ୍ପିଟାଲ ରୁବି ହଲ୍ କ୍ଲିନିକ୍ କୁ ଅଣାଯାଇଥିଲା।
ବାରାମତି ସାଂସଦ ଏବଂ NCP (SP) କାର୍ଯ୍ୟକାରୀ ସଭାପତି ଥିବା ତାଙ୍କ ଝିଅ ସୁପ୍ରିୟା ସୁଲେ ଏହି ସୂଚନା ପ୍ରଦାନ କରିଛନ୍ତି। ସୁଲେଙ୍କ ଅନୁସାରେ, ପାୱାରଙ୍କ ଡାକ୍ତରୀ ପରୀକ୍ଷା ଚାଲିଛି। ତାଙ୍କର ସମସ୍ତ ସ୍ୱାସ୍ଥ୍ୟ ପାରାମିଟର ସ୍ଥିର ଅଛି। ତେବେ ବାବାଙ୍କୁ କାଶ ହେବା ଯୋଗୁ ରୁବି ହଲ କ୍ଲିନିକ୍ କୁ ନିଆଯାଇଥିଲା ବୋଲି ସେ କହିଛନ୍ତି।
ସେହିପରି ପାର୍ଟି ପ୍ରତିନିଧି କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତ ରହିବାକୁ ଓ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ କହିଛନ୍ତି। ଡାକ୍ତରଙ୍କ ଅବଜରଭେସନରେ ପର୍ଯ୍ୟାପ୍ତ ଆରାମ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି କୁହାଯାଇଛି।
ରୁବି ହଲ୍ କ୍ଲିନିକ୍ ର ମୁଖ୍ୟ ହୃଦରୋଗ ବିଶେଷଜ୍ଞ, ଅଧ୍ୟକ୍ଷ ଏବଂ ପରିଚାଳନା ଟ୍ରଷ୍ଟି ଡାକ୍ତର ପର୍ଭେଜ୍ କେ. ଗ୍ରାଣ୍ଟ କହିଛନ୍ତି ଯେ ପାୱାରଙ୍କ ଅବସ୍ଥା ଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ତାଙ୍କୁ ସତର୍କତାମୂଳକ ଭାବରେ ପର୍ଯ୍ୟବେକ୍ଷଣରେ ରଖାଯିବ।
