Latest Odisha News

BREAKING NEWS

ଆନ୍ଧ୍ରରେ ତାଣ୍ଡବ ରଚୁଛି ବାତ୍ୟା ମୁରାସୁ; ଓଡ଼ିଶାର ୧୦ ଜିଲ୍ଲାରେ ବର୍ଷା..

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ଆସନ୍ତା ୩ ଘଣ୍ଟା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପାଗ ଖରାପ ହେବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ନିଜର ସୁରକ୍ଷା ପାଇଁ ସେହି ଅନୁଯାୟୀ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବାତ୍ୟା ‘ମୁରାସୁ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି। ଏହାର ମୁଖ୍ୟ ମେଘ ବଳୟ ସ୍ଥଳଭାଗରେ ପ୍ରବେଶ କରୁଥିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରୁଛି। ଭୀଷଣ ବାତ୍ୟା ‘ମୁରାସୁ’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ଭୋର ୩:୩୦ ରୁ ୫:୩୦ ମଧ୍ୟରେ ନେଲ୍ଲୋର ଏବଂ ନରସାପୁର ମଝିରେ, ଓଙ୍ଗୋଲ ନିକଟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି।

ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଅନ୍ତର୍ଗତ କୋଥାପାଟନମ୍ ବେଳାଭୂମି ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ହୋଇଛି।

Leave A Reply

Your email address will not be published.