Latest Odisha News

BREAKING NEWS

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ।  NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ ବରିଷ୍ଠ ନେତା ତଥା  ୮୨ ବର୍ଷୀୟ  ଶରଦ ପାୱର ପଦରୁ ଇସ୍ତଫା ଦେଇଛନ୍ତି  । ଏହା ଦଳ ପାଇଁ ଏକ ବଡ ଝଟକା ନିଶ୍ଚୟ । ଯଦିଓ ସେ ଆଉ ନିର୍ବାଚନ ଲଢିବେ ନାହିଁ ତେବେ ରାଜନୀତିରୁ ସନ୍ୟାସ ନେବେ ନାହିଁ ବୋଲି କହିଛନ୍ତି ।

ଅନ୍ୟପକ୍ଷେ କୁହାଯାଉଛି, ଶରଦଙ୍କ ପୁତୁରା ଅଜିତ ପାୱାର ଦଳର ଏକାଧିକ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି  । ଏସବୁକୁ ଦୃଷ୍ଟିରେ ରଖି ଶରଦ ସଭାପତି ପଦରୁ ଇସ୍ତଫ ଦେଇଥାଇ ପାରନ୍ତି ।

ତେବେ ଶରଦ ନିଜେ କହିଛନ୍ତି, ‘ବହୁଦିନ ଧରି ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଲା । ଏବେ ବୟସ ଦୃଷ୍ଟିରୁ ଏହି ପଦରେ ଆଉ ରହିବାକୁ ଚାହୁଁନାହିଁ । ମୋତେ ଲାଗୁଛି, ଆଉ କେହି ଆଗକୁ ଆସିବା ଦରକାର । ତେବେ  କିଏ ହେବ ସଭାପତି ଦଳର ନେତାମାନେ ତାହାର ନିଷ୍ପତ୍ତି ନେବେ।

ସୂଚନାଥାଉ କି, ୨୦୨୨ରେ ଶରଦ ପାୱାର ୪ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ରାଜ୍ୟରେ  ମହା ବିକାଶ ଅଗାଡି ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ମେଣ୍ଟ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

Leave A Reply

Your email address will not be published.