Latest Odisha News

ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଆନନ୍ଦିବେନ୍ ପଟେଲ

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ୍ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଉତରପ୍ରଦେଶର ରାଜ୍ୟପାଳ ଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ରାଜାପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ହେବ । ଏହାକୁ ଆଖି ଆଗରେ ରଖାଯାଇ ପଟେଲଙ୍କୁ ଆଜି ଶପଥଗ୍ରହଣ କରିଛନ୍ତି ।

ଦୀର୍ଘ ଦିନ ଧରି ମଧ୍ୟପ୍ରଦେଶ ରାଜନୈତିକ ବିବାଦର ଅନ୍ତ ମଧ୍ୟ ଇତି ମଧ୍ୟରେ ଘଟିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କ୍ୟାବିନେଟ ସମ୍ପ୍ରସାରଣ ବିଳମ୍ବ ହୋଇଥିବା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏହି ମନ୍ଥନରେ ବିଳମ୍ବ ହୋଇଛି ସତ, ମାତ୍ର ଏଥିରୁ ଅମୃତ ବାହାରିଛି ।

Leave A Reply

Your email address will not be published.