Latest Odisha News

BREAKING NEWS

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ପ୍ରସଙ୍ଗକୁ ଜୋରଦାର୍ ତେଜିଛି ଆପ୍ । ମଙ୍ଗଳବାର ଏହାକୁ ନେଇ ବିଜେପି ଉପରେ ଜୋରଦାର ବର୍ଷିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । କେନ୍ଦ୍ର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଇଁ ସ୍ଥାନ ଚିହ୍ନିତ କରିନାହାନ୍ତି ବୋଲି ଅଭିଯୋଗ କରିଥିଲେ ।

ଆଉ ଆଜି ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆପ୍ ନେତା । ଏନେଇ ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ଆଡକୁ ନିଜର ମାର୍ଚ୍ଚ ଆରମ୍ଭ କରିଥିଲେ ଆପ୍ ନେତା । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ଆଡକୁ ମୁହାଁଇବା ନେଇ ଯୋଜନା ରହିଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାରୁ ଆପ୍ ନେତାଙ୍କୁ  ଦିଲ୍ଲୀ ପୋଲିସ ବାରଣ କରିବା ପରେ ବୁଧବାର ଦିନ ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦଳୀୟ କର୍ମୀଙ୍କ ସହ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଏବଂ ପୋଲିସ୍ ।

ତେବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଶାସନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ, ଶେଶ୍ ମହଲ ସାଜିଥିବା କଥା ଅଭିଯୋଗ କରିଥିଲା ବିଜେପି । ଯାହାକୁ ନେଇ ଏବେ ଏହି ପ୍ରସଙ୍ଗକୁ ଜୋରଦାର ତେଜିଛି ଆପ୍ । ପୂର୍ବରୁ ଏହାକୁ ନେଇ ଆପ୍ ନେତା ସଂଜୟ ଗଣମାଧ୍ୟମକୁ ସମ୍ବୋଧନ କରି କହିଥିଲେ, ଯେ ତାଙ୍କୁ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନେଇକି ଯିବେ । ଯାହାକୁ ଆପ୍ ରାଜମହଲ ବୋଲି ସମ୍ବୋଧନ କରିଛି । ଯାହାର ପୁନଃନିର୍ମାଣରେ ପାଖାପାଖି ୨୭ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଆପ୍ କହିଥିଲା, ଆମେ ଆଜି ୬ଟାରେ ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନକୁ ଗଣମାଧ୍ୟମ ସହ ପ୍ରବେଶ କରିବୁ । ଯାହା ଯାହା ବିଜେପି ଅଭିଯୋଗ କରିଛି, ତାହା ଅଛି କି ନାହିଁ ନିଜ ଆଖିରେ ଦେଖିବେ ଗଣମାଧ୍ୟମ । ଏଥିସହିତ ପ୍ରଧାନମନ୍ତ୍ରୀ ବାସଭବନ ବି ଗଣମାଧ୍ୟମକୁ ଦେଖାଯାଉ ବୋଲି ପ୍ରଥମେ ଦାବି କରିଥିଲା ଆପ୍ । ହେଲେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆପ୍ ନେତାଙ୍କୁ ପ୍ରବେଶ କରିବାକୁ ଦେଇନଥିଲା ଦିଲ୍ଲୀ ପୋଲିସ୍ । ଯାହାକୁ ନେଇ ଦିଲ୍ଲୀ ପୋଲିସ୍ ଏବଂ ଆପ୍ ନେତାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.